The Ultimate Managed Hosting Platform
ADVERTISEMENT

ପାଣି ପାଇଁ ଗରା, ମାଠିଆ, ବାଲ୍ଟି ରଖି ରାସ୍ତା ଅବରୋଧ

Facebook
Twitter
LinkedIn

ବଲାଙ୍ଗୀର : ପାଣି ପାଇଁ ଜାତୀୟ ରାଜପଥ ଅବରୋଧ । ଟିଟିଲାଗଡ ଏନଏଚ-୨୬ ଲାଚୁଟ ଛକରେ ରାସ୍ତା ଅବରୋଧ । ଗରା, ମାଠିଆ, ବାଲ୍ଟି ରଖି ରାସ୍ତା ଅବରୋଧ କଲେ ଶତାଧିକ ମହିଳା । ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହି ଥିବାବେଳେ ଗ୍ରାମବାସୀ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ତା କରିବା ପାଇଁ ଦାବି କରି ଆସୁଛନ୍ତି। ମେଗା ପ୍ରକଳ୍ପ ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଆସିବ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଠିକାଦାର ଜଣକ ଠିକ ଭାବେ କାର୍ୟ୍ୟ କରୁ ନ ଥିବାରୁ ଗ୍ରାମବାସୀ ଏ ନେଇ ବିଡ଼ିଓଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରି ଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିଲେ ! ଯାହାକୁ ନେଇ ଲାଚୁଟ ଗ୍ରାମବାସୀ ଗୁରୁବାର ଜାତୀୟ ରାଜପଥ ୨୬କୁ ଲାଚୁଟ ଛକରେ ଗରା, ବାଲ୍ଟି ଧରି ରାସ୍ତାରୋକ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login