ରେଢାଖୋଲ : ପାଣି ଡେକଚିରେ ପଡି ୨ ବର୍ଷର ଶିଶୁକନ୍ୟା ମୃତ । ସମ୍ବଲପୁର ରେଢାଖୋଲ ଏନଏସି ଦେହୁରୀ ସାହିରେ ଅଭାବନୀୟ ଘଟଣା । ଅସାବଧାନତାରୁ ଶିଶୁ କନ୍ୟା ପାଣି ଡେକଚିରେ ପଡିଯାଇଥିଲା । ଉଦ୍ଧାର କରି ସ୍ପେଶାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ବିବେକାନନ୍ଦ ବେଉରା ଓ ଶୁଭସ୍ମିତା ବେଉରାଙ୍କ ଦୁଇ ବର୍ଷର ସାନ ଝିଅ ନବ୍ୟନିବେଦିତା । ଆଜି ସକାଳେ ବିବେକାନନ୍ଦ ବେଉରାଙ୍କ ସାନ ଝିଅ ନଵ୍ୟନିବେଦିତା ଘରେ ଖେଳୁଥିଲା। ଏହି ସମୟରେ ପରିବାର ଲୋକେ କାମରେ ବ୍ୟସ୍ତଥିଲେ। ଅସାବଧାନତା ହେତୁ ପିଲାଟି ଘରେ ଥିବା ବଡ଼ ପାଣି ଡେକଚିରେ ପଡ଼ି ଯାଇଥିଲା। ଅନେକ ସମୟ ପରେ ଝିଅ ନମିଳିବାରୁ ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ପରେ ଝିଅଟିକୁ ପାଣି ଡେକଚିରୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ ଆଣିଥିଲେ । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି।
Views: 63