ତାମିଲନାଡୁ : ତାମିଲନାଡୁର ତିରୁଭାଲୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ୯ ବର୍ଷର ଝିଅ ଆତ୍ମହତ୍ୟା କରିଛି । ଝିଅଟିର ବାପା ପାଠପଢିବାକୁ କହିବାରୁ ଝିଅଟି ଆତ୍ମହତ୍ୟା କରିଥିଲା । ଝିଅଟିର ନାମ ପ୍ରତୀକ୍ଷା , ସମସ୍ତେ ତାକୁ ଇନଷ୍ଟଚା କ୍ୱିନ ଭାବରେ ଜାଣନ୍ତି । ପ୍ରତୀକ୍ଷାଙ୍କ ପିତା କୃଷ୍ଣମୂର୍ତ୍ତିଙ୍କ କହିବା ଅନୁଯାୟୀ, ସେ ଝିଅଟି ଘର ବାହାରେ ଖେଳୁଥିବା ଦେଖିଥିଲେ, ଏବଂ ଘରକୁ ଯାଇ ପାଠ ପଢିବାକୁ କହିଥିଲେ । ଏହା ସହ ସେ ଘରର ଚାବି ପ୍ରତୀକ୍ଷାଙ୍କୁ ଦେଇଥିଲେ। କୃଷ୍ଣମୂର୍ତ୍ତି ଆହୁରି କହିଛନ୍ତି, ପ୍ରତୀକ୍ଷାଙ୍କୁ ଚାବି ହସ୍ତାନ୍ତର କରିବା ପରେ ସେ ନିଜ ବାଇକରେ ପେଟ୍ରୋଲ ଭରିବାକୁ ଯାଇ ରାତି ପ୍ରାୟ ୮.୧୫ ସମୟରେ ଘରକୁ ଫେରିଥିଲେ। ସେ ଫେର୍ି ଦେଖିଲେ ଯେ ଘର ଭିତରୁ ତାଲା ପଡିଛି ଏବଂ ସେ ବାହାର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲେ ଝିଅ ତଉଲିଆ ରେ ଝୁଲି ପଡିଛି ଜ୍ଝ ପ୍ରତୀକ୍ଷାଙ୍କ ପିତା ଶୀଘ୍ର ତାଙ୍କୁ ଡାକ୍ତରଖାନା ନେଇଥିଲେ ଯେଉଁଠାରେ ଝିଅଟିର ମୃତ୍ୟୁ ହୋଇଥିଲା। ଏଥି ସହ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଏହାପୂର୍ବରୁ ଉତ୍ତରପ୍ରଦେଶର ଲକ୍ଷ୍ନୈ÷ା ସହରରେ ଜଣେ ୧୦ ବର୍ଷର ଶିଶୁକୁ ମୋବାଇଲ ଖେଳିବାକୁ ବାରଣ କରିବାରୁ ଆତ୍ମହତ୍ୟା କରିଥିଲା। ଏହି ମାମଲା ହୁସେଙ୍ଗାଞ୍ଜର ଚିଟୱାପୁର ଅଞ୍ଚଳର। ସମ୍ପର୍କୀୟଙ୍କ କହିବାନୁସାରେ, ପିଲାଟି ଅନେକ ଦିନ ସ୍କୁଲ ଯାଇ ନଥିଲା, ଘରେ ରହିବା ସମୟରେ ମୋବାଇଲରେ ଖେଳ ଖେଳୁଥିଲା ଜ୍ଝ ପିଲାଟିକୁ ଅନେକ ଥର ବୁଝାଇଥିଲେ ପରିବାର ଲୋକେ ଜ୍ଝ ସେଠାରେ ଦିନେ ଶିଶୁର ମା ତାଙ୍କୁ ମାଡ ମାରି ମୋବାଇଲ୍ ଛଡ଼ାଇ ନେଇଥିଲେ। ପିଲାଟି କ୍ରୋଧିତ ହୋଇ ନିଜକୁ ଫାଶୀ ଦେଲା।
ପାଠ ପଢିବାକୁ କହିବାରୁ ଆତ୍ମହତ୍ୟା କଲା ୯ ବର୍ଷର ଝିଅ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...