ପୁରୀ : ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି କହିଲେ । ବିଶେଷ କରି ୫ଟି ପଞ୍ଜିକାରେ ପାଣ୍ଡୁଲିପିକୁ ନେଇ ଆଲୋଚନା ହେଲା । ଆଠଟି ପଞ୍ଜିକା ଗଣନା ପ୍ରକାଶକଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ୫ଟି ପଞ୍ଜିକା ପ୍ରକାଶକ ଯୋଗ ଦେଇଥିଲେ । ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀକୁ ଅନୁମୋଦିତ କରାଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ । ଭୁଲ୍ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
Views: 27