The Ultimate Managed Hosting Platform
ADVERTISEMENT

ପାକ ୟୁଟୁବ୍ ଚ୍ୟାନେଲ ବ୍ୟାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତରେ ପାକିସ୍ତାନ ଟ୍ୟୁଟୁବ ଚ୍ୟାନେଲ ବ୍ୟାନ । ଏକାଧିକ ୟୁଟୁବ ଚ୍ୟାନେଲକୁ ବ୍ୟାନ କଲେ ଭାରତ ସରକାର । ସୈାୟେବ ଅଖତର, ଆରଜୁ କାଜମୀ, ସୟଦ ମୁଜ୍ଜାମିଲ ଶାହ ଭଳି ଚ୍ୟାନେଲ ବ୍ୟାନ । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର ।ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି ଏବଂ ବୋଲ ନ୍ୟୁଜର ଚ୍ୟାନେଲ ମଧ୍ୟ ଅଛି । ରଫତାର, ଦ ପାକିସ୍ତାନ, ଜିଏନଏନ୍, ଉଜେର କି୍ରକେଟ, ଆସମା ଶିରାଜୀ, ମୁନିବ ଫାରୁକ, ଶୁନୋ ନ୍ୟୁଜ, ରାଜି ନାମା ଇତ୍ୟାଦି ସାମିଲ ରହିଛି ।ଏହି ସବୁ ଚ୍ୟାନେଲ ଗୁଡିକ ଭାରତ ବିରୋଧରେ ଗୁଜବ ପ୍ରଚାର କରୁଥିଲେ । ସେନା ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ମିଛ ଏବଂ ଉସକାଇବା ପରି ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଏସବୁ ୟୁଟ୍ୟୁବ ଚ୍ୟାନେଲ ଆଉ ଭାରତରେ ଦେଖିବାକୁ ମିଳିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login