The Ultimate Managed Hosting Platform
ADVERTISEMENT

ପାକ ସେନା ଗାଡିକୁ ଆକ୍ରମଣ ; ୫ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକ ସେନା ଗାଡିକୁ ଆକ୍ରମଣ । ୫ ଜଣ ସୈନିକଙ୍କ ଚାଲିଗଲା ଜୀବନ ।ବଲୋଚିସ୍ତାନର ଆମ୍ବସରେ ୫ ପାକ ସୈନିକ ମୃତ । ବଲୋଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ର ଆକ୍ରମଣ ସୂଚନା । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି ।
ଖୈବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର କୋଟ ଲାଲୁ ନିକଟରେ ଏହି ଘଟଣା ଘଟିଛି । ଯେଉଁଠାରେ ସୈନିକମାନେ ସୁଇ ନର୍ଦର୍ଣ୍ଣ ଗ୍ୟାସ୍ ପାଇପଲାଇନ୍ କମ୍ପାନୀର ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ । ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣକାରୀମାନେ ନିଷିଦ୍ଧ ତେହେରିକ-ଏ-ତାଲିବାନ୍ ପାକିସ୍ତାନ ବା ଟିଟିପିର ଥିଲେ । ଆତଙ୍କବାଦୀମାନେ କୌଣସି ଚେତାବନୀ ନ ଦେଇ ଗୁଳି ଚଳାଇବାରୁ ଏଭଳି ଘଟଣା ଘଟିଛି । ପାଲଟା କାର୍ୟ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀ ଅତି କମରେ ୮ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login