ନୂଆଦିଲ୍ଲୀ : ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ପରେ ଲାଇନଚ୍ୟୁତ । ପେଶାୱରରୁ କ୍ୱେଟା ଯାଉଥିବା ଜାଫର ଏକ୍ସପ୍ରେସ ବିସ୍ଫୋରଣ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପାକିସ୍ତାନର ଜାକୋବାବାଦ ନିକଟରେ ଘଟିଛି । ତେବେ ଘଟଣାରେ ଏପର୍ୟ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ନାହିଁ । କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ରାସ୍ତାରେ ବିସ୍ଫୋରଣ ହୋଇଥିଲା। ଟ୍ରେନର ଗତି କମ୍ ଥିବା ବେଳେ ଏକାଧିକ ଥର ବିସ୍ଫୋରଣ କରିବାରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଟ୍ରେନରେ ଅନେକ ସାଧାରଣ ନାଗରିକ ଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି ।
Views: 46











