ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ପ୍ରଥମେ ପୋଲିସ ଟ୍ରେନିଂ ସ୍କୁଲ ମୁଖ୍ୟ ଗେଟ ଭିତରକୁ ଏକ ବିସ୍ଫୋରକ ବୋଝେଇ ଗାଡ଼ି ପୂରାଇ ବିସ୍ଫୋରଣ କରିଥିଲେ । ପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଗ୍ରେନେଡ ମାଡ଼ ବି କରିଥିଲେ ଆତଙ୍କବାଦୀ । ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା ସଂଘର୍ଷ । ଏଥିରେ ୧୧ ଜଣ ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ୫୦ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଟ୍ରେନିଂ ସେଣ୍ଟରରେ ୨୦୦ ପୋଲିସ କର୍ମଚାରୀ ତାଲିମ ନେଉଥିଲେ ।
Views: 33