The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ପ୍ରଥମ ଥର ଲଢିବେ ହିନ୍ଦୁ ମହିଳା

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନରେ ପ୍ରଥମ ଥର ଲଢିବେ ହିନ୍ଦୁ ମହିଳା । ପାକିସ୍ତାନରେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବେ। ତାଙ୍କ ନାମ ସଭେରା ପ୍ରକାଶ। ଦେଶରେ ୧୬ଶ ନ୍ୟାସନାଲ ଆସେମ୍ବ୍ଲି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ପ୍ରଥମ ଥର ପାଇଁ କେହି ଜଣେ ହିନ୍ଦୁ ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି।
ପାକିସ୍ତାନୀ ଖବରକାଗଜ ରିପୋର୍ଟ ମୁତାବକ, ଖୈବର ପଖତୁନଖ୍ଵାର ବୁନେର ଜିଲ୍ଲାରେ ହିନ୍ଦୁ ମହିଳା ସଭେରା ପ୍ରକାଶ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୦୨୪ ଫେବୃୟାରୀ ୮ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସଭେରା ବୁନେର ଜିଲ୍ଲାରେ ପିକେ-୨୫ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଭରିଛନ୍ତି।
ହିନ୍ଦୁ ସମ୍ପ୍ରଦାୟର ସଭେରା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଟିକେଟ୍ରେ ନିର୍ବାଚନ ଲଢ଼ିବେ। ସଭେରାଙ୍କ ବାପା ଓମ୍ ପ୍ରକାଶ ହେଉଛନ୍ତି ପିପିପିର ଜଣେ ସକ୍ରିୟ ସଦସ୍ୟ। ଏବଟାବାଦ ଇଣ୍ଟରନ୍ୟାସନାଲ ମେଡିକାଲ କଲେଜରୁ ୨୦୨୨ରେ ସ୍ନାତନ ଡିଗ୍ରୀ ହାସଲ କରିଥିବା ସଭେରା ବର୍ତ୍ତମାନ ବୁନେରରେ ପିପିପି ମହିଳା ଓ୍ଵିଙ୍ଗ୍ର ସେକ୍ରେଟାରୀ ରୂପେ କାର୍ୟ୍ୟରତ ଅଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login