ରଣପୁର : ଗୈାରଚନ୍ଦ୍ରପୁର ଛକ ନିକଟରେ ପାଇପ ବୋଝେଇ ଟ୍ରକ ଦୁର୍ଘଟଣା । ଡ୍ରାଇଭରଙ୍କର ଜୀବନ ଯାଇଥିବା ବେଳେ ଗୁରୁତର ହେଲପର ଚାନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ମୃତକ ଓ ଗୁରୁତର ପଶ୍ଚିମବଙ୍ଗର ଟ୍ରକ ଚାଳକ ମୁସ୍ତବାରୀ ମିଲନ ଓ ଗୁରୁତର ହେଲ୍ପର ଦେବବ୍ରତ ବାନାର୍ଜୀ । କୋଲକାତାରୁ ପାଇପ ବୋଝେଇ ହୋଇ ଚେନ୍ନାଇ ଯାଉଥିଲା ଟ୍ରକ । ବର୍ଷା ଲାଗି ରହିଥିବା କାରଣରୁ ପାଇପ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମାଟି ଗଦା ସହ ଧକ୍କା ହୋଇଥିଲା । ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ପାଇପ ଗୁଡିକ କ୍ୟାବିନକୁ ଧକ୍କା ଦେବାରୁ ଟ୍ରକର କ୍ୟାବିନ ଟ୍ରକରୁ ଅଲଗା ହୋଇ ଯାଇଥିଲା । ଖବରପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଚାନ୍ଦପୁର ପୋଲିସ ପହଁଚି ଉଦ୍ଧାର କରିଥିଲା । ଅଧିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତଦେହ ସହ ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ ।
Views: 92











