କଣାସ : ପୁରୀ ଡେଲାଙ୍ଗର ନାବାଳକ ଆଶୀର୍ବାଦ ନିଖୋଜ ଘଟଣା । ୭ ଦିନ ପରେ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ । ନାବାଳକର ଗୁପ୍ତାଙ୍ଗ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ସୂଚନା । ହତ୍ୟା ସନେ୍ଦହରେ ଦାଦାକୁ ଅଟକ ରଖି ପୋଲିସର ଖୋଳତାଡ । ମୃତଦେହ ଜବତ କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଡେଲାଙ୍ଗ ପୋଲିସ । ଆଶୀର୍ବାଦଙ୍କୁ ଖୋଜିବା ପାଇଁ ୩ଟି ଟିମ ଗଠନ କରିଥିଲା ପୋଲିସ । ସାଇବର ଟିମ ମଧ୍ୟ ତଦନ୍ତ କରୁଥିଲା । ସନ୍ଧନୀ କୁକୁର ସାହାଯ୍ୟରେ ଖୋଜା ଖୋଜି କରିବା ପରେ ୧୮ ତାରିଖରେ ଗ୍ରାମର ପ୍ରଭାକର ସାହୁଙ୍କୁ ଧରି ଥିଲା ।
ପୋଲିସ ତାକୁ ପଚାର ଉଚରା କରିବା ପରେ ଛାଡ଼ି ଦେଇଥିଲା । ତେବେ ଗତକାଲି ରାତିରେ ପୁନର୍ବାର ପ୍ରଭାକରକୁ ପଚରା ଉଚରା କରିବା ପରେ ସେ ଦୋଷ ମାନିଥିଲେ। ବିଳମ୍ବିତ ରାତିରେ ପୋଲିସ ଘର ଆଗରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହକୁ ଉଦ୍ଧାର କରିଥିଲା । ନିଖୋଜ ନାବାଳକଙ୍କ ପତ୍ତା ନମଳିବାରୁ ଗତକାଲି ରାସ୍ତାରୋକ କରିଥିଲେ ପରିବାର ଓ ଗ୍ରାମବାସୀ ।
Views: 4