ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । କାହାରିକୁ ଛଡାଯିବନି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଘଟଣାରେ ଯିଏ ସମ୍ପୃକ୍ତ ଓ ପରଦା ପଛରେ ଯିଏ ଅଛି ଛଡାଯିବନି । ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଜାରି ରଖିଛି । ଏଭଳି ଘୃଣ୍ୟ ଅମାନବୀୟ କାର୍ଯ୍ୟକୁ ନିନ୍ଦା କରୁଛି । ସେ କହିଛନ୍ତି କି, ସରକାର ପ୍ରତିଟି ମାମଲାର ପ୍ରତିଶୋଧ ନେବେ ଯାହା ଜରୁରି ଓ ଉପଯୁକ୍ତ । ଆତଙ୍କବାଦ ଉପରେ ପ୍ରହାର ତୀବ୍ର ହେବ ବୋଲି ଇସାରା ଇସାରାରେ ସୂଚନା ଦେଇଛନ୍ତି ରାଜନାଥ ସିଂ । ସେ କହିଛନ୍ତି କି, କେବଳ ଆତଙ୍କବାଦୀ ନୁହଁନ୍ତି ପର୍ଦ୍ଦା ପଛରେ ରହି ଷଡଯନ୍ତ୍ର କରୁଥିବା ସଂଗଠନଗୁଡିକ ଉପରେ ମଧ୍ୟ ଆକ୍ରମଣ ହେବ । ରାଜନାଥଙ୍କ ଏହି ବୟାନ ପାକିସ୍ତାନ ବିରୋଧରେ ସ୍ପଷ୍ଟ ଚେତାବନୀ ବୋଲି କୁହାଯାଉଛି । ରାଜନାଥ ସିଂ ଦେଶବାସୀଙ୍କୁ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କେବଳ ଆତଙ୍କବାଦୀ ନୁହଁନ୍ତି ବରଂ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ସଂଗଠନଗୁଡିକ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଭାରତ ଏତେ ପୁରୁଣା ସଭ୍ୟତା ଓ ଏତେ ପୁରୁଣା ଦେଶ ଏହାକୁ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରି ଭୟଭିତ କରାଯାଇପାରିବ ନାହିଁ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବଶୀଘ୍ର ଜବାବ ଦିଆଯିବ ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ପହଲଗାମ ଆଟାକ : କାହାରିକୁ ଛଡାଯିବନି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ଖୁବଶୀଘ୍ର ବଡ ଜବାବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...