ଜମ୍ମୁ : ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଛି । ସବୁଠି ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଉଛି । ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଦୁଃଖରେ ବୁଡ଼ି ରହିଛି । ଏହାରି ଭିତରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏମିତି କିଛି କଥା ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ ନାଁ ହେଉଛି ଦେବାଶିଷ ଭଟ୍ଟାଚାର୍ୟ୍ୟ । ଦେବାଶିଷ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସତ କିନ୍ତୁ ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଦେଖାଇ ନିଜ ସହ ନିଜ ପରିବାରକୁ ବଞ୍ଚାଇଥିଲେ । ଆକ୍ରମଣରୁ ବଞ୍ଚିଯାଇଥିବା ଦେବାଶିଷ ଭଟ୍ଟାଚାର୍ୟ୍ୟ ଆସାମର ଏକ ବିଶ୍ୱବିଦ୍ୟାଳୟର ବଙ୍ଗାଳୀ ଡିପାର୍ଟମେଣ୍ଟର ଆସୋସିଏଟେଡ୍ ପ୍ରଫେସର । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଫସି ଯାଇଥିଲେ ପ୍ରଫେସର । ସେ ତାଙ୍କ ପରିବାର ସହିତ ଏକ ଗଛ ତଳେ ଶୋଇଥିଲେ । ଏହି ସମୟରେ ହଠାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ପର୍ୟ୍ୟଟକଙ୍କୁ କଲମା ପଢ଼ିବାକୁ କହୁଥିବା ଶୁଣିବାକୁ ପାଇଥିଲେ ଦେବାଶିଷ । ସମୟ ବିଳମ୍ବ ନକରି ସେ ମଧ୍ୟ ସମସ୍ତ ଲୋକଙ୍କ ସହ କଲମା ପାଠ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ ପାଖରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲେ ।ଦେବାଶିଷଙ୍କ କହିବା ଅନୁସାରେ, ଜଣେ ଆତଙ୍କବାଦୀ ତାଙ୍କୁ ପଚାରିଲେ, “ତୁମେ କଣ କରୁଛ?” ଜବାବରେ, ଭଟ୍ଟାଚାର୍ୟ୍ୟ ଜୋରରେ କଲମା ପାଠ କରିବା ଆରମ୍ଭ କରିଥିଲେ । ଦେବାଶିଷଙ୍କ ମୁହଁରୁ କଲମା ଶୁଣିବା ପରେ ସେହି ଆତଙ୍କବାଦୀ ସେଠାରୁ ଚାଲିଯାଇଥିଲା ।
ପହଲଗାମ ଆକ୍ରମଣ : କଲମା ବଞ୍ଚାଇଦେଲା ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...