ନୂଆଦିଲ୍ଲୀ : ପହଲଗାମ୍ ଆକ୍ରମଣକାରୀ ଆତଙ୍କବାଦୀ ଆସିଲା ସ୍କେଚ । ସୁରକ୍ଷା ଏଜେନ୍ସି ପକ୍ଷରୁ ୩ ଜଣ ଆତଙ୍କୀଙ୍କ ସ୍କେଚ ଜାରି । ଅସିଫ ଫୋଜି, ସୁଲେମାନ ଶା ଓ ଅବୁ ତଲ୍ଲାର ସ୍କେଚ ଜାରି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ୩ ଆତଙ୍କବାଦୀଙ୍କ ସ୍କେଚ ପ୍ରସ୍ତୁତ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ତନାଘନା ଚାଲିଛି । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ଆତଙ୍କୀକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି । ସେନା ଓ ପୋଲିସ ପୋଷାକରେ ଆସିଥିଲେ ଆତଙ୍କବାଦୀ । ନାଁ ପଚାରି ପର୍ୟ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ୟ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ୟ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ୟ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ ।
Views: 21