ରାୟଗଡା : ପୁଣି ବିକାଶ ଉପରେ ଉଠିଲା ପ୍ରଶ୍ନ । ରାସ୍ତା ନ ଥିବାରୁ ପହଁଚିଲାନି ଆମ୍ବୁଲାନ୍ସ । ଚାଲିଗଲା ନବଜାତର ଜୀବନ । ପିପଲପଦର ପଞ୍ଚାୟତ ବାଘମାରୀ ଗାଁରେ ଅଭାବନୀୟ ଘଟଣା । ଘରେ ପ୍ରସବ ପରେ ୩ କିମି ବୁହାହେଲେ ମା ଓ ନବଜାତ । ୩ କିମି ବୁହା ହେବା ପରେ ଆମ୍ବୁଲାନ୍ସରେ ଲକ୍ଷ୍ମୀପୁର ମେଡିକାଲ ଗଲେ ମା ଓ ନବଜାତ । ଲକ୍ଷ୍ମୀପୁର ମେଡିକାଲରେ ନବଜାତକୁ ମୃତ ଘୋଷଣା କଲେ ଡାକ୍ତର । ତେବେ ସରକାର ଏଠି ବିକାଶର ନାରା ଦେଉଥିବା ବେଳେ ଏଠି କିନ୍ତୁ ଗାଁକୁ ସାମାନ୍ୟ ପକ୍କା ରାସ୍ତା ହୋଇପାରି ନାହିଁ । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି ।
Views: 86