The Ultimate Managed Hosting Platform
ADVERTISEMENT

ପଶ୍ଚିମବଙ୍ଗ ସରକାରଙ୍କ ତଦନ୍ତ କମିଶନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ ।

Facebook
Twitter
LinkedIn

ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗରେ ମମତାଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ପେଗାସସ ସଫ୍ଟୱେୟାର ଜରିଆରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରିବାକୁ ଜଷ୍ଟିସ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ ୨ ଜଣିଆ ତଦନ୍ତ କମିଶନ ଗଠନ କରିଥିଲେ । ଶୁକ୍ରବାର ଏହି ମାମଲାର ଶୁଣାଣି କରି ତଦନ୍ତ କମିଶନଙ୍କ ଉପରେ ରୋକ୍ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରିକି ତଦନ୍ତ କମିଶନଙ୍କୁ ନୋଟିସ କରି ଗ୍ଲୋବାଲ ଭିଲେଜ ଫାଉଣ୍ଡେସନ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମାଗିଛନ୍ତି ।

ସଂପୃକ୍ତ ଏନଜିଓ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ଅଭିଷେକ ମନୁ ସିଂଘଭି । ସୁପ୍ରିମକୋର୍ଟ ଏହି ମାମଲାରେ ନିଜଆଡୁ ତଦନ୍ତ କରୁଛନ୍ତି । ଏଥିପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଆରଭି ରବୀନ୍ଦ୍ରନଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କ ନେତୃତ୍ୱରେ ଟେକ୍ନିକାଲ ଏକ୍ସପର୍ଟ କମିଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏପରି ସ୍ଥିତିରେ କୌଣସି ପ୍ରକାର ପଦକ୍ଷେପ ନନେବାକୁ ସୁପ୍ରିମକୋର୍ଟ ଅଗଷ୍ଟ ୨୫ରେ ନିେର୍ଦ୍ଦେଶ ଦେଇଥିଲେ । ତଥାପି କାହିଁକି ଜଷ୍ଟିସ ଲୋକୁର କମିଶନ ଗଠନ କରାଗଲା ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଏହାର ଜବାବରେ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ, ଲୋକୁର କମିଶନ ଏକ ସାମ୍ବିଧାନିକ ପୀଠ ହୋଇଥିବାରୁ ସରକାର ତାଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହାପରେ ସୁପ୍ରିମକୋର୍ଟ ଜଷ୍ଟିସ ଲୋକୁର କମିଶନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login