The Ultimate Managed Hosting Platform
ADVERTISEMENT

ପଶମିନା ରୋସନ୍ ଙ୍କ ପ୍ରେମରେ ଉବୁଟୁବୁ ରସିକ ନାଗର କାର୍ତ୍ତିକ।

Facebook
Twitter
LinkedIn

ମୁମ୍ୱାଇ ୦୯/୧୧: ହିନ୍ଦୀ ସିନେଶିଳ୍ପର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ଢେର୍‌ ଚର୍ଚ୍ଚା ହୁଏ । ବିଭିନ୍ନ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଅଭିନେତା ହ୍ରିତିକ୍‌ ରୋଶନଙ୍କ ସମ୍ପର୍କୀୟ ଭଉଣୀ ପଶମିନା ରୋଶନଙ୍କ ପ୍ରେମରେ ପଡ଼ିଛନ୍ତି କାର୍ତ୍ତିକ । ଦୁହେଁ ଅନେକ ସମୟରେ ଏକାଠି ଦେଖିବାକୁ ମିଳନ୍ତି । ଏମିତିକି ସୁଟିଂ ଓ ଅନ୍ୟାନ୍ୟ କାମ ନଥିଲେ କାର୍ତ୍ତିକ ପହଞ୍ଚିଯାଆନ୍ତି ପଶମିନାଙ୍କ ଘରେ ।

ପଶମିନା ମଧ୍ୟ ଫୁର୍‌ସତ ପାଇଲେ ପଳାଇ ଆସନ୍ତି କାର୍ତ୍ତିକଙ୍କ ନିକଟକୁ । କାର୍ତ୍ତିକଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ କହିବାନୁସାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମୟ ବିତାଇବା ପାଇଁ ଉଭୟ କାର୍ତ୍ତିକ ଓ ପଶମିନାଙ୍କ ପ୍ରିୟ ସ୍ଥାନ ହେଉଛି ଜିଓ ୱାର୍ଲଡ୍‌ ଡ୍ରାଇଭ୍‌ ହୋଟେଲ । ତେବେ ପଶମିନାଙ୍କ ସହିତ ବାହାରକୁ ଯିବା ବଦଳରେ ଘରେ ହିଁ ମଉଜ ମସ୍ତି କରିବା କାର୍ତ୍ତିକଙ୍କ ପସନ୍ଦ ।

ବାହାରକୁ ଗଲେ ଫଟୋଗ୍ରାଫରଙ୍କ ନଜରରେ ପଡ଼ିବା ଭୟ ଥିବାରୁ କାର୍ତ୍ତିକ ପଶମିନାଙ୍କୁ ଘରକୁ ଡାକନ୍ତି କିମ୍ବା ନିଜେ ତାଙ୍କ ଘରକୁ ଯାଆନ୍ତି ବୋଲି କହିଛନ୍ତି ତାଙ୍କର ଏହି ଅନ୍ତରଙ୍ଗ ବନ୍ଧୁ । ଏହା ପୂର୍ବରୁ ଆକ୍ଟ୍ରେସ୍‌ ସାରା ଅଲି ଖାନଙ୍କୁ ଡେଟ୍‌ କରୁଥିଲେ କାର୍ତ୍ତିକ । ଫିଲ୍ମ ‘ଲଭ୍‌ ଆଜ୍‌ କଲ ୨’ରେ କାର୍ତ୍ତିକଙ୍କ ସହ-କଳାକାର ଥିଲେ ସାରା । ତେବେ କାର୍ତ୍ତିକ-ସାରାଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠିଲା ନାହିଁ । ଦେଖାଯାଉ କାର୍ତ୍ତିକ ଓ ପଶମିନାଙ୍କ ପ୍ରେମ ସମ୍ପର୍କ ଆଗକୁ କି ମୋଡ଼ ନେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ADVERTISEMENT
ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

Login