The Ultimate Managed Hosting Platform
ADVERTISEMENT

ପର୍ଥରେ ଭାରତର ବଡ ବିଜୟ

Facebook
Twitter
LinkedIn

ପର୍ଥ : ପର୍ଥ ଟେଷ୍ଟରେ ଭାରତର ବଡ ବିଜୟ । ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇଲା ଭାରତ । ଭାରତ-ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ୍ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡା କରିଥିଲା । ଯାହାକୁ ପୂରଣ କରିବା ଅସମ୍ଭବ ଥିଲା । ଏହି ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସମ୍ବେରକୁ ଏଡିଲେଡରେ ଖେଳାଯିବ ।
ଏହି ମ୍ୟାଚରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ମାତ୍ର ୧୫୦ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଅଷ୍ଟ୍ରେଲିଆ ବି ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ବୁମରାଙ୍କ ଧୂଆଁଧାର ବୋଲିଂରେ ଧରାଶାୟୀ ହୋଇଯାଇଥିଲା କଙ୍ଗାରୁ ଦଳ । ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନରେ ଅଲ ଆଉଟ ହୋଇଯାଇଥିଲା ।
ଭାରତ ତାର ଦ୍ୱିତୀୟ ଇଂନିସରେ କିନ୍ତୁ ଆଉ ଭୁଲ କରିନଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ ଓ ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରିଥିଲେ । ଜୟସ୍ୱାଲ ୧୬୧ ଓ କୋହଲି ୧୦୦ ରନ କରି ଶତକ ହାସଲ କରିଥିଲେ । ଫଳରେ ଦଳ ୪୮୭ ରନ କରି କଙ୍ଗାରୁ ଦଳକୁ ୫୩୪ ରନର ବିଶାଳ ଟାର୍ଗେଟ ଦେଇଥିଲା । ହେଲେ ଅଷ୍ଟ୍ରେଲିଆ ଦଳ ଏହାକୁ ପୂରଣ କରିପାରିନଥିଲା । ଫଳରେ ବଡ଼ ପରାଜୟ ସାମ୍ନା କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login