The Ultimate Managed Hosting Platform
ADVERTISEMENT

ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍‌ର ସୁପରଷ୍ଟାର ପେଲେ।

Facebook
Twitter
LinkedIn

ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍‌ର ସୁପରଷ୍ଟାର ପେଲେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ୮୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ପେଲେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।  ଫୁଟବଲ କ୍ୟାରିୟର ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିବା ଏହି କିମ୍ବଦନ୍ତୀ ତାରକା ଏକ ମାତ୍ର ଖେଳାଳି ଭାବେ ୩ ଥର ବିଶ୍ୱକପ୍ ଟାଇଟଲ ଜିତିଥିଲେ।

ଗତ ନଭେମ୍ବର ୨୯ରେ ପେଲେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏପରିକି କେମୋ ଥେରାପି ମଧ୍ୟ କାମ କରୁନଥିଲା । ଏଭଳି ସ୍ଥିତିରେ ମଧ୍ୟ ସେ କତାରରେ ଫୁଟବଲ୍‌ ବିଶ୍ୱକପ୍ ମ୍ୟାଚ୍‌ ଦେଖିବା ସହ ଚାମ୍ପିଅନ ଆର୍ଜେଣ୍ଟିନା ଓ ଲିଓନେଲ୍ ମେସିଙ୍କୁ ଅଭିନନ୍ଦନ ଜଣାଇଥିଲେ। ହସ୍ପିଟାଲରେ ସେ ପରିବାର ସହ ଖ୍ରୀଷ୍ଟମାସ୍ ମଧ୍ୟ ପାଳନ କରିଥିଲେ। ତେବେ ଗତକାଲି ତାଙ୍କର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥିଲା।

୧୯୪୦ ମସିହା ଅକ୍ଟୋବର ୨୩ରେ ପେଲେ ବ୍ରାଜିଲ୍‌ରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ରେ ସେ ପ୍ରଥମେ ଫିଫା ବିଶ୍ୱକପ୍ ଖେଳିଥିଲେ। ଏହି ବିଶ୍ୱକପ୍ ସେମିଫାଇନାଲରେ ସେ ଫ୍ରାନ୍ସ ବିପକ୍ଷରେ ଲଗାତର ୩ଟି ଗୋଲ୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଫାଇନାଲରେ ସ୍ୱିଡେନ୍‌କୁ ହରାଇ ବ୍ରାଜିଲ୍ ବିଶ୍ୱକପ୍ ଜିତିଥିଲା। ୧୯୬୨ ଓ ୧୯୭୦ରେ ପେଲେ ବ୍ରାଜିଲ୍‌କୁ ଦେଇଥିଲେ ଫିଫା ବିଶ୍ୱକପ୍ ଟାଇଟଲ୍‌।  ନିଜ ବିଶ୍ୱକପ୍ କ୍ୟାରିୟରରେ ସେ ୪ଟି ଟୁର୍ଣ୍ଣାମେଣ୍ଟରେ ୧୨ଟି ଗୋଲ୍ ସ୍କୋର କରିଥିଲେ। ମୋଟ୍‌ ୯୫ଟି ମ୍ୟାଚ୍‌ ଖେଳି ସର୍ବାଧିକ ୭୭ଟି ଗୋଲ୍ ସ୍କୋର କରିବା ରେକର୍ଡ ପେଲେଙ୍କ ନାଁରେ ରହିଛି। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login