ଭୁବନେଶ୍ୱର : ଆରପାରିରେ ମହେଶ୍ୱର ମହାନ୍ତି । ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକତ୍ସାଧିନ ଅବସ୍ଥାରେ ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ୬୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୋର ୩ଟା ୨୫ ମିନିଟରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ମହେଶ୍ବର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନା ଥାଉକି, ସ୍ୱର୍ଗତ ଶ୍ରୀ ମହାନ୍ତିଙ୍କର ପତ୍ନୀ ବିଷ୍ଣୁପ୍ରିୟା ମହାନ୍ତି ଓ ଦୁଇପୁଅ ଅଛନ୍ତି ।
Views: 112











