ନୂଆଦିଲ୍ଲୀ : ପୁଣି କୋଭିଡ ନେଲା ଜୀବନ । ପରଲୋକରେ ତାମିଲ ଅଭିନେତା ତଥା ଡିଏମଡିକେ ପ୍ରତିଷ୍ଠାତା ବିଜୟକାନ୍ତ । ଅଭିନେତା ତଥା ଡିଏମଡିକେ ପାର୍ଟିର ଅଧ୍ୟକ୍ଷ କ୍ୟାପ୍ଟେନ୍ ବିଜୟକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତି ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲଟରରେ ରଖାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଡାକ୍ତର ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିନଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ହସ୍ପିଟାଲ ବାହାରେ ତାଙ୍କ ପ୍ରଶଂସକ ଏକାଠି ହୋଇଛି । ବିଜୟକାନ୍ତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରଛନ୍ତି । ତାଙ୍କର ଶୁଭେଚ୍ଛୁ ତଥା ଫ୍ୟାନମାନଙ୍କର ଶୋକବାର୍ତ୍ତା ଛୁଟିବାରେ ଲାଗିଛି ।
Views: 100











