The Ultimate Managed Hosting Platform
ADVERTISEMENT

ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି,  ୬୯ ବର୍ଷ ବୟସରେ ଆଖି ବୁଜିଲେ

Facebook
Twitter
LinkedIn

 ବଲିଉଡ୍‌ ପାଇଁ ଆଉ ଏକ ଦୁଃଖଦ ଖବର। ଲତାଙ୍କ ପରେ ପୁଣି ଥରେ ଶୋକରେ ବୁଡିଲା ଇଣ୍ଡଷ୍ଟ୍ରି । ବିଶିଷ୍ଟ ଭାରତୀୟ ପ୍ରସିଦ୍ଧ ଗାୟକ ତଥା ଭେଟରାନ୍‌ ସିଙ୍ଗର, କମ୍ପୋଜର ବାପି ଲାହିରିଙ୍କ ପରଲୋକ। ସେ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୯ ବର୍ଷ ବୟସ ହୋଇଥିଲା ।ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମାନେ ଶତଚେଷ୍ଟା କରିବା ପରେ ବି ବାପିଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଦୀର୍ଘଦିନ ଧରି ବାପି ଅସୁସ୍ଥ ଥିଲେ । ଗତ ବର୍ଷେ ହେବ ବାପି ଅନେକ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତକୁ ଦିନ କେଇଟା ବିତିନି ବାପିଙ୍କ ଦେହାନ୍ତ ସିନେପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଛି ।

୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମ ହୋଇଥିବା ବାପି ଲାହିରି ତାଙ୍କର ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଲୋକମାନଙ୍କ ମଧ୍ୟରେ ତାଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଭରପୂର ସଂଗୀତଜ୍ଞ ଭାବରେ ବେଶ୍‌ ପରିଚିତ। ସେ ତାଙ୍କ ସମୟରେ ଅନେକ ହିଟ୍ ଗୀତ ଗାଇଛନ୍ତି । ସେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ଭାବରେ ବେଶ୍‌ ପରିଚିତ ଥିଲେ । ବାପି ଲାହିରିଙ୍କର ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ ଖୁବ୍‌ ହିଟ୍‌ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login