ମାଲକାନଗିରି : ପନିର ଖାଇ ୨୨ ଅସୁସ୍ଥ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ରୁ ୪ ଜଣ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଏବେ ମଧ୍ୟ ୧୭ ରୁ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି ।ମାଲକାନଗିରି ଜିଲ୍ଲା ସଦର ମହକୁମା ଜୟପୁରିୟା ଗୁଡ଼ା କଲୋନୀ ଠାରେ ବିଷାକ୍ତ ପନିର ଖାଇ ଗୋଟିଏ ପରିବାରର ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଗତ ଏଗାର ତାରିଖ ଦିନ ମାଲକାନଗିରି ସହରରେ ବଡ଼ଠାକୁରଙ୍କ ଯାତ୍ରା ପର୍ବ ଚାଲୁଥିଲା। ଜୟପୁରିୟା ଗୁଡ଼ା ସ୍ଥିତ କୋପେ ପରିବାରଙ୍କ ଘରେ, ବଡ଼ଯାତ୍ରାକୁ ଦେଖିବାକୁ ସଂପର୍କୀୟ ଆସିଥିଲେ। ସମସ୍ତଙ୍କ ପାଇଁ ମାଲକାନଗିରି ସ୍ଥିତ ସୁବାଷ ଛକ ସ୍ଥିତ ଏକ ଓମଫେଡ ଦୋକାନରୁ ପନିର ଆଣି ରୋଷେଇ କରାଯାଇଥିଲା। ସମସ୍ତେ ପନିର ଖାଇ ଅସୁସ୍ଥ ହୋଇ ପଡିଥିଲେ। କାହାର ବାନ୍ତି ତ ଆଉ କାହାର ପେଟ ବ୍ୟଥା ହୋଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। କାହିଁକି ପନିର ଖାଇ ଏଭଳି ଘଟଣା ଘଟିଛି ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।
ପନିର ଖାଇ ୨୨ ଜଣ ଅସୁସ୍ଥ

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...