ଭୁବନେଶ୍ୱର : ବିଜେଡିକୁ ଶକ୍ତ ଝଟକା । ବିଜେପିରେ ମିଶିଲେ ଅମର ପଟ୍ଟନାୟକ । ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ସାମିଲ ହେଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ମିଶିଲେ । ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ ।
ବିଜେପିରେ ମିଶିବା ପରେ ଅମର ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି କହିଲେ ଅମର । ଯେତେବେଳେ ବି ସଂସଦରେ ମୋଦିଙ୍କ ଭାଷଣ ଶୁଣିଛି ପ୍ରଭାବିତ ହୋଇଛି । ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ । ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ । ମୋଦିଙ୍କ ପାଇଁ ଦେଶ ଆଜି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି । ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡି ରାଜନୀତିକୁ ଆସିଥଲି । ଏବେ ରାଜ୍ୟର ସେବା ସହ ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି । ଦଳ ମତ ଯେଉଁ ଦାୟିତ୍ୱ ଦେବ ସାମର୍ଥ୍ୟ ମତେ ସବୁ କିଛି କରିବି । ଆରଏସଏସ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛି କହିଲେ ଅମର ।
ଅମର ପଟ୍ଟନାୟକ ବିଜେପିରେ ମିଶିଲା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ବିଜେଡିରେ ଅଣନିଶ୍ୱାସୀରୁ ମୁକ୍ତି ମିଳିଛି , ଏବେ କାମ କରିବାର ସୁଯୋଗ ପାଇବେ । ସେ ତାଙ୍କ ମନର କଥା କହି ସାରିଛନ୍ତି , ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ କହିଛନ୍ତି । ଜଣେ ବୈାଦ୍ଧିକ ବ୍ୟକ୍ତି , ସଂସଦରେ ବେଶ ଭଲ କାମ କରିଛନ୍ତି । ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସୁଯୋଗ ପାଇବେ ।
ପଦ୍ମ ଧରିଲେ ଅମର ପଟ୍ଟନାୟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











