ଭୁବନେଶ୍ୱର : ବିଜେପିରେ ଯୋଗଦେଲେ ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଅନୁଭବ । ୨ ଦିନ ତଳେ ବିଜେଡି ଛାଡିଥିଲେ ସିନେ ଷ୍ଟାର ଅନୁଭବ । ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ ଅନୁଭବ ମହାନ୍ତିଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା। କିନ୍ତୁ ଆଜି ଅନୁଭବ ବିଜେପିରେ ମିଶିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିଲା।
Views: 66