ଭୁବନେଶ୍ୱର : ଜାତୀୟ କ୍ରୀଡା ପୂର୍ବରୁ ରାଜ୍ୟ ସରକାରଙ୍କ ପୁରସ୍କାର ଘୋଷଣା । ଓଡିଶା ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ପୁରସ୍କାର ଘୋଷଣା । ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା । ରୈାପ୍ୟ ପାଇଁ ୩ ଓ ବ୍ରୋଞ୍ଜ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା । ଆସନ୍ତା ୨୬ ତାରିଖରୁ ଗୋଆରେ ଆରମ୍ଭ ହେବ ଜାତୀୟ କ୍ରୀଡା । ଜାତୀୟ କ୍ରୀଡାର ୩୭ଟି ବିଭାଗରେ ଓଡିଶାର ୩୦୦ ଖେଳାଳି ଭାଗ ନେବେ । ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଏହି ପୁରସ୍କାର ରାଶି ଦିଆଯିବ। ତିନିଶହ ଖେଳାଳିଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡାବିତ ସାମିଲ ଅଛନ୍ତି।
Views: 76