ଲଇକେରା : ବରିହାପଡା-ଖଡିଆମାଲ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା । ବରିହାପଡା ଗାଁର ନିର ନୁନଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ । ବାଗଡିହି ଫାଣ୍ଡିରେ ଅଭିଯୋଗ ପରେ ଜଣେ ଅଭିଯୁକ୍ତ ଅଟକ । ମୃତକ ହେଲେ ନିର ନୁନ। ଅଭିଯୋଗ ଅନୁଯାୟୀ ନିର ଓ ବରପାନ ଗାଁର ଭଗବାନ ବାଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହାପରେ ଭଗବାନ ଉତ୍କ୍ଷିପ୍ତ ହୋଇ ଏକ ପଥରରେ ନିରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ପରେ ବରିହାପଡ଼ାକୁ ଫେରି ଆସିଥିଲେ । ଖବର ପାଇ ଲଇକେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଭଗବାନଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
Views: 18