The Ultimate Managed Hosting Platform
ADVERTISEMENT

‘‘ପଢେ ଭାରତ’’ ଅଭିଯାନ ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

Facebook
Twitter
LinkedIn

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ଆରମ୍ଭ । ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ ଶନିବାର ଦିନ ‘‘ପଢେ ଭାରତ’’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘‘ପଢେ ଭାରତ’’ ଅଭିଯାନ ଅର୍ଥାତ ୧୦୦ ଦିବସୀୟ ପଠନ ଅଭିଯାନ । ପଠନ ଅଭିଯାନ ଜାନୁଆରୀ ୧ରୁ ଆରମ୍ଭ ହୋଇ ଏପ୍ରିଲ୍ ୧୦ ତାରିଖ (୧୦୦ ଦିନ) ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏହା ନବାନ୍ମେଷ, ମହତ୍ୱପୂର୍ଣ୍ଣ ଚିନ୍ତାଧାରା, ଶବ୍ଦାବଳୀର ବିକାଶ ଏବଂ ମୌଖିକ ଓ ଲିଖିତ ମାଧ୍ୟମରେ ଅଭିବ୍ୟକ୍ତି ବ୍ୟକ୍ତ କରିବା କ୍ଷମତାର ବିକାଶ କରିଥାଏ ଏବଂ ଏହା ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡ଼ିବାରେ ସହାୟକ ହେବ । ଏହାଛଡା ପଠନ ଅଭିଯାନର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମସ୍ତ ହିତାଧିକାରୀମାନଙ୍କର ଭାଗିଦାରୀତା ହାସଲ କରିବା । ଏହି ଅଭିଯାନରେ ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏହାର ଅଂଶ ହେବେ । ବୟସ ଅନୁସାରେ ସାପ୍ତାହିକ କ୍ୟାଲେଣ୍ଡର ସହିତ ପଠନ ଅଭିଯାନ ଉପରେ ଏକ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି । କାର୍ଯ୍ୟକଳାପ ଶିକ୍ଷକଙ୍କ ସହାୟତାରେ ଅଥବାପରିବାରର ଅନ୍ୟ ସଦସ୍ୟମାନଙ୍କର ସାହାଯ୍ୟ ମାଧ୍ୟମରେ ସମ୍ପନ୍ନ କରାଯାଇପାରିବ । ଅଭିଯାନକୁ ପ୍ରଭାବଶାଳୀ କରିବା ନିମନ୍ତେ, ଡିଜାଇନ୍ କରାଯାଇଥିବା କାର୍ଯ୍ୟକଳାପ କୁ ସରଳ ଏବଂ ଆନନ୍ଦଦାୟକ କରାଯାଇଛି, ଫଳରେ ଘରେ ମଧ୍ୟ ଉପଲବ୍ଧ ହେଉଥିବା ସମ୍ବଳ ସହିତ ଏବଂ ସ୍କୁଲ୍ ବନ୍ଦ ହେବା ସ୍ଥିତିରେ ମଧ୍ୟ ମାତା-ପିତା, ସମବର୍ଗୀ ଏବଂ ଭାଇ-ଭଉଣୀଙ୍କ ସହାୟତା ନେଇ ଏହାକୁ ସହଜରେ ସମ୍ପାଦନ କରାଯାଇପାରିବ ବୋଲି କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login