The Ultimate Managed Hosting Platform
ADVERTISEMENT

ପଟ୍ଟାମୁଣ୍ଡାଇରେ ପୁଣି ଥରେ ଗୋଷ୍ଠି ସଂଘର୍ଷ

Facebook
Twitter
LinkedIn

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପୁଣି ଥରେ ଏଭଳି ଗୋଷ୍ଠି ସଂଘର୍ଷ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇର ନୂଆ ଗାଁ ହରିଜନ ସାହିରେ ଏପରି ଏକ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ ଦେଖିବାକୁ ମିଳିଛି । ଗୁରୁବାର ରାତିରେ ହରିଜନ ସାହିର କିଛି ଲୋକ ଏକତ୍ରିତ ହୋଇ ସମୂହ ସଂଘବଦ୍ଧ ଭାବେ ସେହି ଗ୍ରାମର ନୃସିଂହ ପଣ୍ଡା ଓ ତାଙ୍କ ପରିବାର ଉପରକୁ ଆକ୍ରମଣ କରିବା ସହ ଘରର ଆସବାବପତ୍ର ଭାଙ୍ଗିରୁଜି ବାହାରକୁ ଫୋପାଡ଼ି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆକ୍ରମଣରେ ନୃସିଂହ ପଣ୍ଡା ଓ ତାଙ୍କ ପରିବାର ସହିତ ଅନ୍ୟପକ୍ଷର ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।ଅନ୍ୟପଟେ ୪ ଜଣ ଆହତ ହୋଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ନୃସିଂହ ପଣ୍ଡା ଓ ତାଙ୍କ ପୁଅ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଏପଟେ ଘଟଣାସ୍ଥଳରେ ପରିସ୍ଥିତି ଅଣାୟତ୍ତ ହେବାରୁ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି ଏହା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖି ପ୍ରାଥମିକ ତଦନ୍ତ ପ୍ରକି୍ରୟା ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login