The Ultimate Managed Hosting Platform
ADVERTISEMENT

ପଞ୍ଜାବରେ ବିଷାକ୍ତ ମଦ ପିଇ ଚାଲିଗଲା ୧୪ ଜଣଙ୍କ ଜୀବନ

Facebook
Twitter
LinkedIn

ପଞ୍ଜାବ : ବିଷାକ୍ତ ମଦ ପିଇ ଚାଲିଗଲା ୧୪ ଜଣଙ୍କର ଜୀବନ । ଆଉ ୬ ଜଣ ଗୁରୁତର ହୋଇଛନ୍ତି । ଅମୃତସର ଜିଲ୍ଲା ମଜିଥା ବ୍ଲକରେ ବିଷାକ୍ତ ମଦ ନେଲା ଜୀବନ । ମୁଖ୍ୟ ଅଭିଯୁକ୍ତ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ପୋଲିସ ମୁତାବକ, ସୋମବାର ରାତିରେ ଅମୃତସର ଜିଲ୍ଲା ମଜୀଠା ଓ ମଡଇ ଗାଁ ଓ ଭାଗଲି ଗାଁରେ ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରଯାଉଛି । ତେବେ ସୋମବାର ରାତିରେ ପୋଲିସ ବିଷାକ୍ତ ମଦ ବିଷୟରେ ଖବର ପାଇ ଯାଞ୍ଚ ପାଇଁ ଯାଇଥିଲା । ରବିବାର ସନ୍ଧ୍ୟାରେ ଗୋଟିଏ ସ୍ଥାନରୁ ଏହି ମଦ କିଣାଯାଇଥିଲା । କିଛି ଲୋକଙ୍କ ଜୀବନ ସୋମବାର ସକାଳେ ଚାଲିଯାଇଥିଲା ବୋଲି ସୂଚନା ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login