କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପଞ୍ଚୁଦୋଳ ଦିନ ଘଟିଯାଇଛି ଅଘଟଣ । ହୋଲି ଖେଳିସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡା । ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟଙ୍କୁ ରକ୍ଷା କରି ପାରିଲେନି । କିଛି ସମୟ ପରେ ନଦୀ ଭିତରୁ ସୌଭାଗ୍ୟଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକେ ଏଭଳି ଦୁଃଖଦାୟୀ ସମୟରେ ମଧ୍ୟ ମହତ କାମ କରିବାକୁ ପଛାଇନାହାନ୍ତି । ପରିବାର ଲୋକେ ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା । ପୁଅକୁ ତ ହରାଇଲେ କିନ୍ତୁ ଏବେ ପୁଅ ଆଖିରେ ଆଉ ଜଣେ ନୂଆ ଦୁନିଆ ଦେଖିବ । ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ଚନ୍ଦନ ସ୍ଵାଇଁ । ହୋଲି ଖେଳିସାରି ଘରପାଖ ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀକୁ ଡେଇଁ ଗାଧେଇବା ସମୟରେ ପଙ୍କରେ ଗୋଡ ଲାଗି ଯାଇଥିଲା । ଦେଖୁ ଦେଖୁ ପାଣିରେ ବୁଡିଗଲେ ଚନ୍ଦନ । ଯେଉଁ ପୋଖରୀରେ ପହଁରା ଅଭ୍ୟାସ କରି ପୋଲିସ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସେହି ପୋଖରୀରେ ଜୀବନ ଚାଲିଗଲା ଚନ୍ଦନଙ୍କର । ଖୋଜାଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନାହିଁ ।
ପଞ୍ଚୁଦୋଳରେ ଅଘଟଣ, ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ପୁଅ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା
ଉମରକୋଟ : ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ବିଜେଡି । ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ବନ୍ଦ ଡାକରା ଦିଆଯାଇଛି...
ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ । ଆଜିଠୁ ଜୁନ ୨୧ ଯାଏଁ ଗଡିବ ବିକାଶ ବାହାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ...
ୟୁଏଇକୁ ସିଧା ବିମାନ ସେବା ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ୟୁଏଇକୁ ସିଧା ବିମାନ ସେବା ଆରମ୍ଭ । ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଭରିଲା ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା...
ବାଇକ ଦୁର୍ଘଟଣା ; ୨ ଗୁରୁତର
ଜଗତସିଂହପୁର : ବିଧାୟକଙ୍କ ଗାଡିରେ ପିଟି ହୋଇ ବାଇକ ଦୁର୍ଘଟଣା । ନାଉଗାଁ ଥାନା ଘୋଡାନ୍ସ ଛକରେ ବିଳମ୍ବିତ ରାତିରେ ଦୁର୍ଘଟଣା । ୨ ବାଇକ ଆରୋହୀ...