The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ନିର୍ବାଚନ ରାୟ : ଯାଜପୁରର ୨୨ ଜୋନ୍‌ରେ ବିଜେଡି ବିଜୟୀ, ଏବେ ଯାଏଁ ଖାତାଖୋଲିନାହାନ୍ତି ବିରୋଧୀ

Facebook
Twitter
LinkedIn

ଯାଜପୁର : ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏବେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଶନିବାରଠୁ ଆରମ୍ଭ ହୋଇଥିବା ଭୋଟ ଗଣତି ସୋମବାର ଦିନ ଶେଷ ହେବ । ବର୍ତ୍ତମାନ ସୁଦ୍ଧା ୭୦୦ରୁ ଅଧିକ ଆସନରେ ଭୋଟ ଗଣନା ସରିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେଡି ଆଗରେ ରହିଥିବା ବେଳେ ବିରୋଧୀ ମାରିଛନ୍ତି ଚିତ୍ ପଟାଙ୍ଗ ।

ତେବେ ଆସନ୍ତୁ ଜାଣିବା ଯାଜପୁର ଜିଲ୍ଲା ୨୭ ତାରିଖ ସୁଦ୍ଧା ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ । ବଡଚଣାର ୧୭ ନମ୍ବର ଜୋନ୍‌ରୁ ବିଜେଡି ପ୍ରାର୍ଥୀ ଗଣେଶ୍ୱର ବରାଳ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬୩୮୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବଡଚଣାର ୧୮ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ସସ୍ମିତା ମହାନ୍ତି ୫୫୫୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବରୀର ୨୨ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ଦିଲିପ କୁମାର ମହାନ୍ତି ୮୬୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଂଝାରପୁରର ୨୬ ଜୋନରୁ ବିଜେଡି ପ୍ରାର୍ଥୀ ନନ୍ଦ କିଶୋର ସାମଲ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୦୩୭୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।ସେହିପରି ଦାନଗଦିର ୮ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ଟିନା ହାଇବ୍ରୁ ୩୭୬୨ ଭୋଟରେ ବିଜୟୀ ହୋଇଛନ୍ତି । ଦଶରଥପୁରର ୫ ନମ୍ବର ଜୋନରୁ ବିଜେଡିର ମନସ୍ୱିନୀ ଦାସ ୧୦୪୭୪ ଭୋଟରେ ବିଜୟୀ ହୋଇଛନ୍ତି । ଧର୍ମଶାଳାର ୧୨ନମ୍ବର ଜୋନରୁ ପ୍ରଣତୀ ଲେଙ୍କା ୭୫୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଧର୍ମଶାଳାର ୧୩ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ସ୍ମତିରେଖା ବେହେରା ୧୨୩୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଯାଜପୁରର ୩୦ ନମ୍ବର ଜୋନରୁ ସୁନିତା ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୪୪୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । କୋରେଇର ୨ ନମ୍ବର ଜୋନରୁ ବିଜେଡିର ଉମାକାନ୍ତ ମାଝି ୬୯୨୧ ଭୋଟରେ ବିଜୟୀ ହୋଇଛନ୍ତି । ରସୁଲପୁରର ୩୪ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ମମତା ଖୁଣ୍ଟିଆ ୭୪୭୯ଟି ଭୋଟରେ ବିଜୟୀ ହୋଇଛନ୍ତି । ସୁକିନ୍ଦାର ୩୮ନମ୍ବର ଜୋନରୁ ବିଜେଡିର ସାଧୁଚରଣ ଟୁୟୁ ୪୦୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।ତେବେ ଏବେ ଯାଏଁ ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏବେ ଯାଏଁ ଖାତା ଖୋଲି ନାହାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତେଲ ଟାଙ୍କି, ଗ୍ୟାସ ଏଜେନ୍ସି ଠକୁଛନ୍ତି : ମନ୍ତ୍ରୀ

ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କୁ ମିଲିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ...

Login