The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ନିର୍ବାଚନ; ପ୍ରକାଶ ପାଇଲା ଛତ୍ରପୁର ସରପଞ୍ଚ ଓ ସମିତି ସଭ୍ୟଙ୍କ ତାଲିକା

Facebook
Twitter
LinkedIn

ଖଲିକୋଟ: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ୧୮ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ହୋଇଥିବା ତାଳିକା ପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ ନିମନ୍ତେ ଅନୁସୂଚିତ ଜାତି ମହିଳା, ଆର‌୍ୟ୍ୟପଲ୍ଲୀ ପଞ୍ଚାୟତ ଅନୁସୂଚିତ ଜାତି, କଣମଣା ପଞ୍ଚାୟତ ଅନୁସୂଚିତ ଜାତି ମହିଳା, କାଳିପଲ୍ଲୀ ପଞ୍ଚାୟତ ମହିଳା, ଚମାଖଣ୍ଡି ପଞ୍ଚାୟତ ଅଣସଂରକ୍ଷିତ, ଚିକଲଖଣ୍ଡି ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ନରେନ୍ଦ୍ରପୁର ପଞ୍ଚାୟତ ମହିଳା, ପୋଟ୍ଟଲାମପୁର ପଞ୍ଚାୟତ ଅଣସଂରକ୍ଷିତ, ପୋଡାପଦର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବଉଳଗାଁ ପଞ୍ଚାୟତ ଅନୁସୂଚିତ ଜାତି, ବଡମାଧପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବିପୁଳିଙ୍ଗି ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଭିକାରିପଲ୍ଲୀ ପଞ୍ଚାୟତ ମହିଳା, ମହାନାଦପୁର ପଞ୍ଚାୟତ ଅଣସଂରକ୍ଷିତ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଣସଂରକ୍ଷିତ, ସୁନ୍ଦରପୁର ପଞ୍ଚାୟତ ଅନୁସୂଚିତ ଜାତି, ଲକ୍ଷ୍ମୀପୁର ପଞ୍ଚାୟତ ପାଇଁ ମହିଳା ସଂରକ୍ଷିତ ରହିଛି ।

ଏହା ବ୍ୟତୀତ, ସମିତିସଭ୍ୟ ପଦ ନିମନ୍ତେ ଅଗସ୍ତିନୂଆଗାଁ ପଞ୍ଚାୟତ ଅନୁସୂଚିତ ଜାତି, ଆର‌୍ୟ୍ୟପଲ୍ଲୀ ପଞ୍ଚାୟତ ଅନୁସୂଚିତ ଜାତି, କଣମଣା ପଞ୍ଚାୟତ ଅନୁସୂଚିତ ଜନଜାତି ମହିଳା, କାଳିପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ଚମାଖଣ୍ଡି ପଞ୍ଚାୟତ ଅଣସଂରକ୍ଷିତ, ଚିକଲଖଣ୍ଡି ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ନରେନ୍ଦ୍ରପୁର ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଆହୁରି ମଧ୍ୟ ପୋଟ୍ଟଲାମପୁର ପଞ୍ଚାୟତ ଅଣସଂରକ୍ଷିତ, ପୋଡାପଦର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବଉଳଗାଁ ପଞ୍ଚାୟତ ଅଣସଂରକ୍ଷିତ, ବଡମାଧପୁର ପଞ୍ଚାୟତ ମହିଳା, ବିପୁଳିଙ୍ଗି ପଞ୍ଚାୟତ ମହିଳା, ଭିକାରିପଲ୍ଲୀ ପଞ୍ଚାୟତ ମହିଳା, ମହାନାଦପୁର ପଞ୍ଚାୟତ ମହିଳା, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଣସଂରକ୍ଷିତ, ସୁନ୍ଦରପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଲକ୍ଷ୍ମୀପୁର ପଞ୍ଚାୟତ ପାଇଁ ଅଣସଂରକ୍ଷିତ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login