କଂଗ୍ରେସର ବରିଷ୍ଠ ନେତା ତଥା ଛତିଶଗଡ ପଞ୍ଚାୟତରାଜ ମନ୍ତ୍ରୀ ଟିଏସ ସିଂ ଦେବ ଶନିବାର ହଠାତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ଏବେ ବି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ୨୦୧୮ ଡିସେମ୍ବର ୧୭ରେ ସେ ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନା ଅନୁସାରେ, ଟିଏସ ସିଂ ଦେବ ପଞ୍ଚାୟତ ବିଭାଗରେ ଅନ୍ୟ ଲୋକଙ୍କ ହସ୍ତକ୍ଷେପ ଯୋଗୁଁ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ଆବାସକୁ ପତ୍ର ପଠାଇ ଟିଏସ ସିଂ ଦେବ ନିଜର ଇସ୍ତଫା ଦେଇଛନ୍ତି । ଏହାସହ ମୋର ଧୈର୍ଯ୍ୟର ପରୀକ୍ଷା ନିଆଯାଉଛି କି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି। ପରିବାରିକ ପୃଷ୍ଠଭୂମି କଂଗ୍ରେସର ଏବଂ ବର୍ତ୍ତମାନ ସେ କଂଗ୍ରେସରେ ହିଁ ରହିବେ, କିନ୍ତୁ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ ବୋଲି କହିଛନ୍ତି। ଇସ୍ତଫା ଦେବାର ଗୋଟିଏ ଦିନ ପୂର୍ବରୁ ସେ ଶୁକ୍ରବାର କଂଗ୍ରେସ ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ଟିଏସ ସିଂ ଦେବଙ୍କ ଏହି ନିଷ୍ପତ୍ତି ଭୁପେଶ ବଘେଲ କ୍ୟାବିନେଟକୁ ଅସ୍ଥିର କରିଦେଇଛି।
ଟିଏସ ସିଂ ଦେବେ ଯଦି କଂଗ୍ରେସ ଉପରେ ଅଧିକ ଖପ୍ପା ହୁଅନ୍ତି ତେବେ ଛତିଶଗଡ କଂଗ୍ରେସକୁ ବଡ଼ କ୍ଷତି ହେବ ବୋଲି ଅସ୍ୱୀକାର କରାଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଟିଏସ ସିଂ ଦେବ ଛତିଶଗଡରେ ନେତୃତ୍ୱ ପରିବର୍ତ୍ତନ ନେଇ ଅନେକ ଥର ଦାବି କରି ସାରିଛନ୍ତି। ଏପରି କି ଦିଲ୍ଲୀ ଯାଇ ମଧ୍ୟ ଦଳର ଶୀର୍ଷ ନେତୃତ୍ୱଙ୍କୁ ଏହା ଉପରେ ନିଷ୍ପତ୍ତି ନେବା ପାଇଁ ଦାବି କରିସାରିଛନ୍ତି।