ଭୁବନେଶ୍ୱର : ପଛୁଆବର୍ଗ ସର୍ଭେକୁ ନେଇ ବିଜେପି ଅଭିଯୋଗ ଉପରେ ମନ୍ତ୍ରୀଙ୍କ ଜବାବ । ଜବାବ ରଖିଲେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ଆଜିଠୁ ଆରମ୍ଭ ହୋଇଥିବା ସର୍ଭେ ଆସନ୍ତା ୨୭ ତାରିଖ ଯାଏଁ ଚାଲିବ । ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହେଉଛି । ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ଦାଖଲ କରନ୍ତୁ । କିଏ କଣ ଅଭିଯୋଗ କଲେ ସେଥିରେ କିଛି ନାହିଁ ।
ସେପଟେ ପଛୁଆ ବର୍ଗ ସର୍ଭେ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳଙ୍କ ଟାର୍ଗେଟ । ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ ଓ ପ୍ରବଞ୍ଚନା । ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ସରକାର । ପଛୁଆ ବର୍ଗଙ୍କ ଆକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାରଙ୍କ ସର୍ଭେ । ପଛୁଆ ବର୍ଗ ତାଲିକାରେ ଅନେକ ଜାତିର ନାଁ ନାହିଁ । ଓବିସି ତାଲିକାରେ ଯେଉଁମାନେ ରହିଲେ ଏସଇବିସିରେ ରହିବା କଥା । ୨୨ଟି ଜାତିକୁ ଓବିସି ତାଲିକାରୁ ଆଣି ଏସଇବିସିରେ ଯୋଡିବା ତଥ୍ୟ ମିଛ ।
ପଛୁଆ ବର୍ଗ ସର୍ଭେକୁ ନେଇ ବିଜେପିର ଅଭିଯୋଗ ଉପରେ ମନ୍ତ୍ରୀଙ୍କ ଜବାବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











