ନେପାଳ : ନେପାଳରେ ପୁଣି ହିଂସା। କିଛି ମାସ ତଳେ ଜେନ୍-ଜି ଆନ୍ଦୋଳନ ପାଇଁ ଅନେକ ମୃତାହତ ହୋଇଥିବା ବେଳେ ଏବେ ପୁଣି ନେପାଳରେ ହିଂସା ଆରମ୍ଭ ହୋଇଛି। ବାରା ଜିଲ୍ଲାରେ ହିଂସା ହୋଇଥିବା ବେଳେ ଏଥିପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଜେନ-ଜି ପ୍ରତିବାଦକାରୀ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର କମ୍ୟୁନିଷ୍ଟ ପାର୍ଟି (UML)ର କର୍ମୀଙ୍କ ମଧ୍ୟରେ ପୁଣି ଥରେ ସଂଘର୍ଷ ହେବା ପରେ କର୍ଫ୍ୟୁ ଲାଗୁ କରାଯାଇଛି। ଜିଲ୍ଲା ପ୍ରଶାସନ କାର୍ୟ୍ୟାଳୟ ଘୋଷଣା କରିଛି ଯେ, ଉତ୍ତେଜନା ବୃଦ୍ଧି ପରେ ଶୃଙ୍ଖଳା ଫେରାଇ ଆଣିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁରୁବାର ରାତି ୮ଟା (ସ୍ଥାନୀୟ ସମୟ) ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସରକାର ଓ ବ୍ୟବସ୍ଥା ବିରୋଧରେ ଜେନ୍-ଜି (ଯୁବଗୋଷ୍ଠୀ)ର ପ୍ରଦର୍ଶନ ଭୟାନକ ହିଂସାର ରୂପ ନେବା ପରେ କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା ଏବଂ ଅନ୍ତରୀଣ ସରକାର ଗଠନ ହୋଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।
ନେପାଳରେ ପୁଣି ହିଂସା , କର୍ଫ୍ୟୁ ଲାଗୁ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











