ମାଲକାନିଗିରି : ନେତାଜୀ ଜୟନ୍ତୀରେ ମାଗଣା ଚିକିତ୍ସା ଶିବିର । ମାଲକାନିଗିରି ଜିଲ୍ଲା କାଲିମେଲା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ ପି ଭି -୮୧ ଦୁର୍ଗାନଗର ଗ୍ରାମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସ୍କୁଲର ସମସ୍ତ ଶିକ୍ଷକ ଓ ପିଲା ସମସ୍ତେ ଗ୍ରାମ ପରିକ୍ରମା କରିଥିଲେ। ତା ସହିତ ନେତାଜୀ ଯୁବକ ସଂଘ ସଦସ୍ୟଙ୍କ ଦ୍ୱାରା ଆଜି ୧୧ ତମ ରକ୍ତଦାନ ଶିବିର ଓ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ବିଜୟୱଡା ଅନୁ ହସ୍ପିଟାଲର ଡ଼କ୍ଟର ଓ ନର୍ସ୍ ମାନେ ଆସି ଚିକିତ୍ସା କରିଥିଲେ। ଏ ନେଇ ଖୁସି ବ୍ୟକ୍ତ କରିଥିଲେ ଗ୍ରାମବାସୀ।
Views: 93











