ନୂଆଦିଲ୍ଲୀ : ପୋଲିସକୁ ଆମେ ନିଜର ସୁରକ୍ଷାକାରୀ ବୋଲି ମାନିଥାଉ କିନ୍ତୁ ଯେତେବେଳେ ପୋଲିସ ସବୁ ସୀମା ପାର କରିଯିବ ତେବେ କାହାକୁ କହିବା । ହଁ ଆଜ୍ଞା ନୃଂଶସତାର ସବୁ ସୀମା ପାର କରିଛି ଜଣେ ପୋଲିସ ସବ୍ ଇନ୍ସପେକ୍ଟର । ୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି । ଏହି ଘଟଣାକୁ ନେଇ ଏଏସପି ବଜରଙ୍ଗ ସିଂ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ।ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର ଲାଲସୋଟ ଅଞ୍ଚଳରେ ଭୁପେନ୍ଦ୍ର ସିଂ ନାମକ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଅପରାହ୍ନରେ ୪ ବର୍ଷର ନାବାଳିକାଙ୍କୁ କଥାରେ ଫସାଇ ରୁମକୁ ନେଇ ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଥିବା ମଧ୍ୟ ସେ କହିଛନ୍ତି ।ଏଏସପି ସିଂ କହିଛନ୍ତି, ପୋଲିସ ଇନ୍ସପେକ୍ଟରଙ୍କ ଘର ପାଖରେ ରହୁଥିବା ପରିବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ନାବାଳିକାଙ୍କ ମେଡିକାଲ ଯାଞ୍ଚ ଚାଲିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସ୍ଥାନୀୟ ଲୋକ ସବଇନ୍ସପେକ୍ଟରଙ୍କୁ ମାରିଥିବା ସୂଚନା ମିଳିଛି ।
ନୃଶଂସତାର ସୀମା ଟପିଲା ପୋଲିସ, ୪ ବର୍ଷର ନାବାଳିକାକୁ କଲା ଦୁଷ୍କର୍ମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











