ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଜଘନ୍ୟ ହତ୍ୟାକାଣ୍ଡ ଘଟିବା ପରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଭୁବନେଶ୍ବର ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମିଳନୀ ହେଉଛି । ରାଜଧାନୀକୁ ୭ହଜାର ଲୋକ ଆସିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଯେଉଁଠି ସମ୍ମିଳନୀ ହେଉଛି ସେଠୁ ୩ କିଲୋମିଟର ଦୂରରେ ଜଣେ ସଫେଇ କର୍ମଚାରୀ ତଥା ପୋଲିସ ଇନଫରମରଙ୍କୁ ହତ୍ୟା କରାଯାଇଛି । ପୋଲିସ ମିତ୍ର ଯିଏ ବ୍ରାଉନ ସୁଗାର ବ୍ୟାପାର ବନ୍ଦ କରୁଥିଲେ । ଏଭଳି ଜଣେ ସାଧାରଣ ଜନତାଙ୍କୁ ରାଜଧାନୀର ଛାତି ଉପରେ ହତ୍ୟା କରାଯାଇଛି । ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି । ଆଉ ଅପରାଧୀଙ୍କ ଭୟ ନାହିଁ । ବିପଦ ଜନକ ସ୍ଥିତିରେ ଏହି ସମ୍ମିଳନୀ ହେଉଛି । ସରକାର ଶୋଇଛନ୍ତି । ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଘଟଣାକୁ ନେଇ ନିନ୍ଦା କରିବା ସହ ସେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଲେନିନ ମହାନ୍ତି କହିଛନ୍ତି, ପୋଲିସ ଥାନା ପାଖରେ ମୁଣ୍ଡ ଗଣ୍ଡି ଅଲଗା ହେଲା । ଆଗରୁ ଏମିତି କେବେ ହେଉ ନଥିଲା । ହେଲେ ପୋଲିସ କେମିତି କହୁଛି ନିଘା ଅଛି ? ପୋଲିସ ଇନଫରମରଙ୍କୁ ସୁରକ୍ଷା ଦେଇ ପାରୁନାହିଁ । ପ୍ରବାସୀ ଭାରତୀୟଙ୍କୁ କି ସୁରକ୍ଷା ଦେବ? ନବୀନ ପଟ୍ଟନାୟକ ଯେଉଁ ସୁରକ୍ଷା ଦେଉଥିଲେ, ତାହା ଆଉ ନାହିଁ । ଏ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଦୃଷ୍ଟି ନାହିଁ । ତାହା ସମ୍ପର୍ଣ୍ଣ ଭୁଷୁଡି ପଡିଛି । ଭୁବନେଶ୍ୱର ଓ ଓଡ଼ିଶାବାସୀ ସୁରକ୍ଷିତ ତ ? ବୋଲି ପ୍ରଶ୍ନ କରିଛନ୍ତି ଲେନିନ ମହାନ୍ତି ।
ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି-ବିଜେଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











