The Ultimate Managed Hosting Platform
ADVERTISEMENT

ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି-ବିଜେଡି

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଜଘନ୍ୟ ହତ୍ୟାକାଣ୍ଡ ଘଟିବା ପରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଭୁବନେଶ୍ବର ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମିଳନୀ ହେଉଛି । ରାଜଧାନୀକୁ ୭ହଜାର ଲୋକ ଆସିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଯେଉଁଠି ସମ୍ମିଳନୀ ହେଉଛି ସେଠୁ ୩ କିଲୋମିଟର ଦୂରରେ ଜଣେ ସଫେଇ କର୍ମଚାରୀ ତଥା ପୋଲିସ ଇନଫରମରଙ୍କୁ ହତ୍ୟା କରାଯାଇଛି । ପୋଲିସ ମିତ୍ର ଯିଏ ବ୍ରାଉନ ସୁଗାର ବ୍ୟାପାର ବନ୍ଦ କରୁଥିଲେ । ଏଭଳି ଜଣେ ସାଧାରଣ ଜନତାଙ୍କୁ ରାଜଧାନୀର ଛାତି ଉପରେ ହତ୍ୟା କରାଯାଇଛି । ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି । ଆଉ ଅପରାଧୀଙ୍କ ଭୟ ନାହିଁ । ବିପଦ ଜନକ ସ୍ଥିତିରେ ଏହି ସମ୍ମିଳନୀ ହେଉଛି । ସରକାର ଶୋଇଛନ୍ତି । ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଘଟଣାକୁ ନେଇ ନିନ୍ଦା କରିବା ସହ ସେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଲେନିନ ମହାନ୍ତି କହିଛନ୍ତି, ପୋଲିସ ଥାନା ପାଖରେ ମୁଣ୍ଡ ଗଣ୍ଡି ଅଲଗା ହେଲା । ଆଗରୁ ଏମିତି କେବେ ହେଉ ନଥିଲା । ହେଲେ ପୋଲିସ କେମିତି କହୁଛି ନିଘା ଅଛି ? ପୋଲିସ ଇନଫରମରଙ୍କୁ ସୁରକ୍ଷା ଦେଇ ପାରୁନାହିଁ । ପ୍ରବାସୀ ଭାରତୀୟଙ୍କୁ କି ସୁରକ୍ଷା ଦେବ? ନବୀନ ପଟ୍ଟନାୟକ ଯେଉଁ ସୁରକ୍ଷା ଦେଉଥିଲେ, ତାହା ଆଉ ନାହିଁ । ଏ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଦୃଷ୍ଟି ନାହିଁ । ତାହା ସମ୍ପର୍ଣ୍ଣ ଭୁଷୁଡି ପଡିଛି । ଭୁବନେଶ୍ୱର ଓ ଓଡ଼ିଶାବାସୀ ସୁରକ୍ଷିତ ତ ? ବୋଲି ପ୍ରଶ୍ନ କରିଛନ୍ତି ଲେନିନ ମହାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login