The Ultimate Managed Hosting Platform
ADVERTISEMENT

ନୂଆ ସଂସଦ ଭବନ ଉଦଘାଟନ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ରାଷ୍ଟ୍ରପତିଙ୍କଦ୍ବାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟକୁ ନିର୍ଦେଶ ଦେବା ପାଇଁ ଅନୁରୋଧ କରି ଫାଇଲ୍ କରାଯାଇଥିବା ପିଟିସନ୍କୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି। ରାଷ୍ଟ୍ରପତି ଭାରତର ପ୍ରଥମ ନାଗରିକ ଏବଂ ଦେଶର ମୁଖ୍ୟ ହୋଇଥିବାରୁ ସେ ନୂଆ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ ବୋଲି ଉକ୍ତ ପିଟିସନ୍ରେ ନିବେଦନ କରାଯାଇଥିଲା। ସୁପ୍ରିମକୋର୍ଟରେ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ନେତୃତ୍ୱରେ ଏକ ବେଞ୍ଚ୍ ଏହି ପିଟିସନର ଶୁଣାଣି କରିଥିଲେ, ଯାହାକୁ ଅଳ୍ପ ସମୟ ମଧ୍ୟରେ ଖାରଜ କରି ଦିଆଯାଇଥିଲା। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଏପରି ଆବେଦନ ଦାଖଲ କରିବା ପାଇଁ ଆମେ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲଗାଇବୁ।ଆବେଦନକାରୀ ଜୟା ସୁକିନ୍ କହିଥିଲେ କି, ରାଷ୍ଟ୍ରପତି ହିଁ ଦେଶର ସୁପ୍ରିମୋ। କିନ୍ତୁ ସେ ତାଙ୍କ ଯୁକ୍ତିରେ କୋର୍ଟକୁ ସନ୍ତୁଷ୍ଟ କରିପାରି ନ ଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଆପଣ ସ୍ପଷ୍ଟ କରିପାରୁ ନାହାନ୍ତି। ଏହାପରେ କୋର୍ଟ ତାଙ୍କ ଯୁକ୍ତି ଶୁଣି ନ ଥିଲେ ଏବଂ ଆବେଦନକୁ ଖାରଜ କରି ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଆମେ ନୀତିଗତ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବୁ ନାହିଁ। ଆପଣ ଏହିପରି ଅବୈଧ ଆବେଦନ ଦାଖଲ କରିବା ଉଚିତ୍ ନୁହେଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login