ନୂଆଦିଲ୍ଲୀ : ଚୀନରେ ଆଭିଆନ ଇନଫ୍ଲୁଏଞ୍ଜା ଏ (H3N8) ଭାଇରସ୍ରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ସୂଚନା ଦେଇଛି। ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରହୁଥିବା ୫୬ ବର୍ଷୀୟା ମହିଳା ୨୨ ଫେବୃୟାରୀରେ ପ୍ରଥମେ ଭାଇରସ୍ କବଳରେ ଆସିଥିଲେ। ମାର୍ଚ୍ଚ ୩ରେ ସେ ଗମ୍ଭୀର ରୂପେ ନିମୋନିଆରେ ପୀଡ଼ିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମାର୍ଚ୍ଚ ୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୨୨ରେ ଚୀନ ଦ୍ୱାରା H3N8ର ଦୁଇଟି ମାମଲାର ରେକର୍ଡ ପରେ ଏହା ହେଉଛି ତୃତୀୟ ମାମଲା। H3N8ରେ ଜଣଙ୍କଠାରୁ ଅନ୍ୟ ଜଣଙ୍କଠାରେ ଭାଇରସ୍ ବ୍ୟାପିବାର କ୍ଷମତା ନାହିଁ। ତେଣୁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ମନୁଷ୍ୟଠାରେ ଏହା ବ୍ୟାପିବାର ସମ୍ଭାବନା ବହୁତ କମ୍ ରହିଛି।
ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ରିପୋର୍ଟ ଅନୁସାରେ, ଏହି ଘଟଣାର ଯାଞ୍ଚରୁ ଜଣାପଡ଼ିଛି ଯେ ପୋଲ୍ଟ୍ରି ମାର୍କେଟ ଆଖାପାଖରେ ରହିବା ସଂକ୍ରମଣର କାରଣ ହୋଇପାରେ। ଡବ୍ଲ୍ୟୁଏଚ୍ଓ କହିଛି ଯେ ଯାଞ୍ଚ ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ଆଖପାଖରେ କୌଣସି ମାମଲା ପୁଷ୍ଟି କରାଯାଇ ନାହିଁ।
ନୂଆ ଭାଇରସର ଆତଙ୍କ, ଚୀନରେ H3N8 ବାର୍ଡ ଫ୍ଲୁରେ ପ୍ରଥମ ମୃତ୍ୟୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











