ନୂଆଦିଲ୍ଲୀ : ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ଜ୍ଞାନେଶ କୁମାର । ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ୨୦୨୯ ମସିହା ଜାନୁଆରୀ ୨୬ ଯାଏ ଦାୟିତ୍ବରେ ରହିବେ ।ଗତକାଲି ସିଇସି ପଦରୁ ଅବସର ନେଇଥିସଲେ ରାଜୀବ କୁମାର । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ଅଫିସର ଜ୍ଞାନେଶ କୁମାର । ଗତ ବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା । ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ଭାବେ କାର୍ୟ୍ୟ କରିଥିଲେ । କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ । ୨୦୧୯ରେ ଯେତେବେଳେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘୋଷଣା କରାଗଲା, ସେତେବେଳେ ସେ ଗୃହ ମନ୍ତ୍ରଣାଳୟର ଜମ୍ମୁକଶ୍ମୀର ଡେସ୍କ ଦାୟିତ୍ବରେ ଥିଲେ ।
Views: 23