The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। 

Facebook
Twitter
LinkedIn

ନୂଆବର୍ଷ ସେଲିବ୍ରେସନ୍‌ ବେଳେ ନିରାପତ୍ତା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି, ୨ ବର୍ଷ ପରେ ବିନା କରୋନା କଟକଣାରେ ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତେ ଖୁସି ଅଛନ୍ତି। ସମସ୍ତେ ସେଲିବ୍ରେସନ୍‌ ମୁଡ୍‌ରେ ଥିବାରୁ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଭୁଲି ଯାଉଛନ୍ତି। ଯାହାକି ନିଜ ଓ ଅନ୍ୟ ବ୍ୟକ୍ତିଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ସମସ୍ତଙ୍କୁ ଅନୁରୋଧ କରୁଛି, ଦ୍ରୁତ ଗତିରେ ଗାଡ଼ି ଚଲାନ୍ତୁ ନାହିଁ ଓ ଟ୍ରାଫିକ ନିୟମ ପାଳନ କରନ୍ତୁ। ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ।

‘ଯଦି କୌଣସି ପାର୍ଟିକୁ ଯାଉଛନ୍ତି ତା’ହେଲେ ଡ୍ରାଇଭରଙ୍କୁ ସାଙ୍ଗରେ ନିଅନ୍ତୁ। ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଦିନ ଓ ଜାନୁଆରୀ ୧ ତାରିଖ ଦିନ ଟ୍ରାଫିକ ଜାମ୍‌ ଅଧିକ ରହିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ଜନପଥ, ନନ୍ଦନକାନନ ରୋଡ୍‌, କଟକ ରୋଡ୍‌, ରସୁଲଗଡ଼ ଏସବୁ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ଅଧିକ ରହିପାରେ’ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ଗାଡ଼ିସବୁ ଠିକ୍‌ ସ୍ଥାନରେ ପାର୍କିଂ ଓ ଲକ୍‌ କରନ୍ତୁ। ରାସ୍ତାରେ ଗାଡ଼ି ଛାଡ଼ି ଯାଆନ୍ତୁ ନାହିଁ। ରାସ୍ତା ଉପରେ ନୋ ପାର୍କିଂ ଏରିଆରେ ଗାଡ଼ି ରଖନ୍ତୁ ନାହିଁ। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login