ଭୁବନେଶ୍ୱର : ସୁଭଦ୍ରାକୁ ନେଇ ଆସିଲା ବଡ ଖବର । ୨୦୨୫ମସିହାରେ ମାଆ ମାନଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୨୦୨୫ ମସିହାରେ ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ରେ ମଧ୍ୟ ମିଳିବ । ରକ୍ଷା ବନ୍ଧନରେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ । ତେଣୁ ୨୦୨୫ରେ ସୁଭଦ୍ରା ହିଁ ସୁଭଦ୍ରା ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ଆଜି ଆସିବ ଫିଲଡ଼ ରିପୋର୍ଟ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ । କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ । ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ଆମେ ସମୟ ଏଥିପାଇଁ ନେଉଛୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି ।
Views: 33