The Ultimate Managed Hosting Platform
ADVERTISEMENT

ନୂଆବର୍ଷରେ ସୁରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ

Facebook
Twitter
LinkedIn

ଭୁବନେଶ୍ୱର : ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ୨୪ତାରିଖରୁ ଆର ବର୍ଷ ଜାନୁଆରୀ ୫ପର୍ୟନ୍ତ ପୋଲିସ ପ୍ରସ୍ତୁତ କରିଛି ସୁରକ୍ଷା ପ୍ଲାନ୍ । ଟ୍ରାଫିକ ଭିଡ଼ ଓ ରାସ୍ତା ଉପରେ ଅମାନିଆଙ୍କୁ ନଜରରେ ରଖିବାକୁ ୧୫ପ୍ଲାଟୁନ ଫୋର୍ସ ସହ ଅଫିସରଙ୍କୁ ମିଶାଇ ମୋଟ ୧୮ପ୍ଲାଟୁନ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତି ଜୋନରେ ଥିବା ଥାନା ଅଞ୍ଚଳରେ ଫୋର୍ସ ମୁତୟନ ସହ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ବାଇକରେ ବୁଲିବେ ଟ୍ରାଫିକ କର୍ମଚାରୀ । ରାସ୍ତା ଉପରେ ଗ୍ରୁପ କ୍ଲାସ ଓ ରୋଡ ରୋମିଓଙ୍କ ଉପରେ ନଜର ରଖିବା ପାଇଁ ପାଟ୍ରୋଲିଙ୍ଗ ୟୁନିଟକୁ ମଧ୍ୟ ଆଲର୍ଟ କରାଯାଇଛି । ଏଥିସହ ମଦ୍ୟପାନ କରି ରାସ୍ତାକୁ ନ ଓହ୍ଲାଇବାକୁ ନିର୍ଦ୍ଦେଶ ସହ ଜିରୋ ନାଇଟକୁ ନଜରରେ ରେଷ୍ଟୋରାଣ୍ଟ ଓ ପବ ଓ ପାର୍ଟି ଇଭେଣ୍ଟ ମାନଙ୍କୁ ନିୟମ ଭିତରେ ରହି ନିୟମ ପାଳିବାକୁ କଡ଼ା ଚେତାବନି ଦେଇଛନ୍ତି ପୋଲିସ କମିସନର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login