ଭୁବନେଶ୍ୱର : ଜିରୋ ନାଇଟରୁ ବଢିବ ଶୀତ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଶୀତର ପ୍ରଭାବ । ପ୍ରବଳ ଜାଡ ସାଙ୍ଗକୁ ଅସ୍ତବ୍ୟବସ୍ତ କରିବ ଘନ କୁହୁଡି। କାଲିଠୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେବା ସହ ରାତିର ତାପମାତ୍ରା କମିବ । ତେଣୁ ୩୧ ତାରିଖ ରାତିରୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାଜ୍ୟରେ ସବୁଠି ପାଗ ଶୁଖିଲା ରହିବ । କେତେକେ ସ୍ଥାନରେ ମେଘୁଆ ପାଗ ରହିପାରେ । ପାଗ ଶୁଖିଲା ରହିବା ସହ ଧୀରେ ଧୀରେ ଶୀତ ବଢିବ। ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଓ ପରେ ଉପକୂଳ ଓଡ଼ିଶାରେ ଖସିବ ରାତି ତାପମାତ୍ରା । ୨ରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।
Views: 57