ନୂଆପଡା : ନୂଆପଡା ଉପନିର୍ବାଚନ ପ୍ରଚାରରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ । ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି । ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦଲା ନେବା । ୧୬ ମାସର ବିଜେପି ସରକାରରେ କାମ ଜିରୋ , ବିକାସ ପୂରା ବନ୍ଦ । ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇ ନାହାନ୍ତି । ସେମାନେ ଗେମ ଚେଞ୍ଜର ନୁହଁନ୍ତି , ନେମ ଚେଞ୍ଜର । ବିଏସକେବ୍ୱାଇ ଭଲ ନା ଆୟୁଷ୍ମାନ କହି ସମାଲୋଚନା କଲେ ନବୀନ । ତେବେ ଆଗକୁ ଉପନିର୍ବାଚନ ଥିବା ବେଳେ ୩ ଦଳ ଏବେ ଜୋରଶୋରରେ ପ୍ରଚାର ଆରମ୍ଭ କଲେଣି ।
Views: 82











