ନୂଆପଡା : ନୂଆପଡା ଉପନିର୍ବାଚନ ନେଇ ପ୍ରସ୍ତୁତ ହେଲେଣି ୩ ଦଳ । ଉପନିର୍ବାଚନ ନେଇ ବିଜେଡିର କସରତ । ପ୍ରାର୍ଥୀତ୍ୱ ନେଇ ସଂକେତ ଦେଲେ ବରିଷ୍ଠ ନେତା ଦେବୀ ମିଶ୍ର । ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱରେ ପାରଙ୍ଗମ ଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରକୁ ଟିକେଟ ଦେବାକୁ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ । ଅପରପକ୍ଷେ ବିଜେପି ନିଜର କୈାଣସି ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ କଂଗ୍ରେସ ଘାସିରାମ ମାଝୀଙ୍କ ନାଁରେ ମୋର ମାରିଛି ।
ଯଦି ଦେଖିବା ନୂଆପଡ଼ା ରାଜନୀତିରେ ବିଜେଡିର ରହିଛି ଦବଦବା। ଗତ ୪ଟି ନିର୍ବାଚନରେ ୩ଥର ବିଜେଡି ବିଜୟୀ ହୋଇଥିଲା। କେବଳ ୨୦୧୪ରେ ବିଜେପି ଦଖଲକୁ ଯାଇଥିଲା ନୂଆପଡ଼ା । ୨୦୨୪ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲାକିଆ ୬୧ହଜାର ୮୨୨ ଖଣ୍ଡ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୫୦ହଜାର ୯୪୧ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ମିଳିଥିଲା ୪୪ହଜାର ୮୧୪ ଭୋଟ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିଲେ ୧୫ହଜାର ୫୦୧ ଭୋଟ। ୧୦ହଜାର ୮୮୧ ଭୋଟ ବ୍ୟବଧାନରେ ବାଜି ମାରିଥିଲା ବିଜେଡି। ୨୦୧୯ ନିର୍ବାଚନରେ କଂଗ୍ରେସର ଘାସିରାମ ମାଝୀଙ୍କୁ ୨୦ହଜାର ୩୩୦ ଭୋଟରେ ପରାସ୍ତ କରିଥିଲେ ବିଜେଡିର ରାଜେନ୍ଦ୍ର ଢୋଲାକିଆ। ତୃତୀୟ ସ୍ଥାନରେ ରହିଥିଲେ ବିଜେପିର ହୋମ ସିଂ ମାଝୀ । ଗତ ୨ଟି ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ତେବେ ନୂଆପଡ଼ା ଉପନିର୍ବାଚନ ତିନି ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଛି।
ନୂଆପଡା ଉପନିର୍ବାଚନ ନେଇ ବିଜେଡିର କସରତ , ଢୋଲକିଆଙ୍କ ପରିବାର ସପକ୍ଷରେ ବିଜେଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











