The Ultimate Managed Hosting Platform
ADVERTISEMENT

ନୂଆପଡା ଉପନିର୍ବାଚନ ; କଂଗ୍ରେସ ଇସ୍ତାହାର

Facebook
Twitter
LinkedIn

ନୂଆପଡା ; ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ । ଇସ୍ତାହାର ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା , ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି । ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା , ଭୂମିହୀନଙ୍କୁ ଘରଡିହ ପଟ୍ଟ ପ୍ରଦାନ ପାଇଁ ପ୍ରତିଶ୍ରୁତି । ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ, ଉପନିର୍ବାଚନ ନିମନ୍ତେ କଂଗ୍ରେସର ଇସ୍ତାହାର ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ, ସାଂସଦ ସପ୍ତଗୀରି ଉଲ୍ଳାକା, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୁର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନୂଆପଡ଼ା ଜିଲ୍ଲାର ବିକାଶ ତଥା ବର୍ଷ ବର୍ଷ ଧରି ପ୍ରତାରିତ ହେଉଥିବା ଜିଲ୍ଲା ବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ସବିଶେଷ ଘୋଷଣାପତ୍ରର ଉନ୍ମୋଚନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login